ନଜର ଓଡ଼ିଶା ଡିଜିଟାଲ ଡେସ୍କ: ଆଜି ଶନିବାର, ୨୪ ଅକ୍ଟୋବର ୨୦୨୬। ଭଦ୍ରକାଳୀ ପଞ୍ଜିକା ଅନୁଯାୟୀ ଆଜିର ତିଥି, ନକ୍ଷତ୍ର, ଶୁଭ ସମୟ, ଅଶୁଭ ସମୟ ଓ ୧୨ଟି ରାଶିର ଦୈନିକ ରାଶିଫଳ ବିଷୟରେ ଜାଣନ୍ତୁ। ମେଷଠାରୁ ମୀନ ପର୍ଯ୍ୟନ୍ତ କେଉଁ ରାଶି ପାଇଁ ଦିନଟି ଶୁଭ ରହିବ ଏବଂ କେଉଁ ରାଶିର ବ୍ୟକ୍ତିମାନେ ସତର୍କ ରହିବା ଆବଶ୍ୟକ, ପଢ଼ନ୍ତୁ ଆଜିର ରାଶିଫଳ।
ଆଜିର ପଞ୍ଜିକା: ୨୪ ଅକ୍ଟୋବର ୨୦୨୬
- ବାର: ଶନିବାର
- ଶକାବ୍ଦ: ୧୯୪୮
- ସମ୍ବତ୍: ୨୦୮୩
- ସମ୍ବତ୍ସର: ରୌଦ୍ର
- ମାସ: ଆଶ୍ୱିନ, ଶୁକ୍ଳପକ୍ଷ
- ତିଥି: ତ୍ରୟୋଦଶୀ, ଦିବା ୧ଟା ୩୬ ପରେ ଚତୁର୍ଦ୍ଦଶୀ
- ନକ୍ଷତ୍ର: ଉତ୍ତରଭାଦ୍ର, ରାତି ୮ଟା ୩୨ ପରେ ରେବତୀ
- ଚନ୍ଦ୍ର ରାଶି: ମୀନ
- ଯୋଗ: ବ୍ୟାଘାତ
- କରଣ: ତୈତିଳ
- ସୂର୍ଯ୍ୟୋଦୟ: ସକାଳ ୫ଟା ୪୩ ମିନିଟ୍
- ସୂର୍ଯ୍ୟାସ୍ତ: ସନ୍ଧ୍ୟା ୫ଟା ୧୩ ମିନିଟ୍
ଆଜିର ଶୁଭ ଓ ଅଶୁଭ ସମୟ
ବିଶୁଦ୍ଧ ଅମୃତ ବେଳା: ସକାଳ ୭ଟା ୨୫ରୁ ୯ଟା ୪୭ ମଧ୍ୟରେ, ଦିନ ୧୨ଟା ୧୦ରୁ ୧୨ଟା ୫୪ ମଧ୍ୟରେ ଏବଂ ଅପରାହ୍ନ ୨ଟା ୨୨ରୁ ୩ଟା ୨୨ ମଧ୍ୟରେ।
ବିଶୁଦ୍ଧ ମାହେନ୍ଦ୍ର ବେଳା: ରାତି ୨ଟା ୪ରୁ ୨ଟା ୫୨ ମଧ୍ୟରେ।
କାଳବେଳା: ସକାଳ ୭ଟା ୧୫ରୁ ଏବଂ ଅପରାହ୍ନ ୩ଟା ୪୮ରୁ ୫ଟା ୧୫ ମଧ୍ୟରେ।
ବାରବେଳା: ଦିନ ୧୨ଟା ୫୫ରୁ ଅପରାହ୍ନ ୨ଟା ୨୨ ମଧ୍ୟରେ।
ଆଜିର ୧୨ଟି ରାଶିର ରାଶିଫଳ
ମେଷ ରାଶି: ଆଜି ଦିନଟି ଶୁଭଫଳଦାୟୀ ରହିବ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ସହ ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ ସମୟ ରହିଛି। ପରିବାର ସହ ଆନନ୍ଦରେ ସମୟ କଟିବ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ।
ବୃଷ ରାଶି: କମ୍ ସମୟରେ ଅଧିକ ଲାଭ ପାଇବା ଆଶାରେ କୌଣସି ଭୁଲ୍ ନିଷ୍ପତ୍ତି ନିଅନ୍ତୁ ନାହିଁ। କୋର୍ଟ କଚେରୀ ସମ୍ବନ୍ଧୀୟ ବିଷୟରେ ସତର୍କ ରୁହନ୍ତୁ। ପରିବାରରେ ସୁଖଶାନ୍ତି ରହିବ। ନୂଆ କାମ ଆରମ୍ଭ କରିବାର ସୁଯୋଗ ମିଳିପାରେ ଏବଂ ଆକସ୍ମିକ ଧନଲାଭର ଯୋଗ ରହିଛି।
ମିଥୁନ ରାଶି: ସନ୍ତାନଙ୍କ ସମ୍ବନ୍ଧରେ ଶୁଭ ଖବର ମିଳିପାରେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ମନକୁ ଖୁସି କରିବ। ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ଲାଭର ସମ୍ଭାବନା ରହିଛି। ମଧ୍ୟାହ୍ନ ପରେ କାର୍ଯ୍ୟ କରିବା ସମୟରେ ସତର୍କ ରୁହନ୍ତୁ।
କର୍କଟ ରାଶି: ବ୍ୟବସାୟ କ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିପାରେ। ଅଧିକାରୀଙ୍କ ସହଯୋଗ ଏବଂ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦରୁ ଲାଭ ହେବ। ମଧ୍ୟାହ୍ନ ପରେ ବନ୍ଧୁଙ୍କ ସହ ମିଳାମିଶା ଓ ସାମାଜିକ କାର୍ଯ୍ୟରେ ସମୟ ବିତିପାରେ।
ସିଂହ ରାଶି: ଅଧିକାରୀଙ୍କ ସହ କଥାବାର୍ତ୍ତା ଓ ବ୍ୟବହାରରେ ସଂଯମ ରଖନ୍ତୁ। ବ୍ୟବସାୟରେ କିଛି ବାଧା ଆସିପାରେ। ତେବେ ମଧ୍ୟାହ୍ନ ପରେ ପରିସ୍ଥିତି ଅନୁକୂଳ ହେବା ସହ ଆର୍ଥିକ ଲାଭର ସମ୍ଭାବନା ରହିଛି।
କନ୍ୟା ରାଶି: ଆଜି କ୍ରୋଧ ଓ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ଏବଂ ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ପରିବାରରେ ମତଭେଦ ହେବାର ସମ୍ଭାବନା ଥିବାରୁ ଧୈର୍ଯ୍ୟର ସହ ପରିସ୍ଥିତିକୁ ସମ୍ଭାଳନ୍ତୁ।
ତୁଳା ରାଶି: ବନ୍ଧୁମାନଙ୍କ ସହ ଭ୍ରମଣ, ଖାଦ୍ୟପେୟ ଓ ମନୋରଞ୍ଜନରେ ଦିନଟି କଟିପାରେ। ବ୍ୟବସାୟିକ ସହଯୋଗୀଙ୍କ ସହ ସମ୍ପର୍କ ଭଲ ରହିବ। ମଧ୍ୟାହ୍ନ ପରେ କିଛି ଅସୁବିଧା ଓ ଅପ୍ରତ୍ୟାଶିତ ଖର୍ଚ୍ଚ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ବିଛା ରାଶି: ଆତ୍ମବିଶ୍ୱାସ ସହ କାର୍ଯ୍ୟ କଲେ ସଫଳତା ମିଳିପାରେ। ପାରିବାରିକ ଜୀବନରେ ସୁଖଶାନ୍ତି ରହିବ ଏବଂ ସ୍ୱାସ୍ଥ୍ୟ ଭଲ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁ ଓ ଆତ୍ମୀୟଙ୍କ ସହ ଭ୍ରମଣର ଯୋଗ ରହିଛି।
ଧନୁ ରାଶି: ଆଜି ଭାବପ୍ରବଣତା ବଢ଼ିପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ା ଓ କ୍ୟାରିୟର ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇପାରନ୍ତି। ପରିବାରରେ ଶାନ୍ତି ରହିବା ସହ ବ୍ୟବସାୟରେ ଉନ୍ନତିର ସମ୍ଭାବନା ରହିଛି।
ମକର ରାଶି: ପରିବାରରେ ଶାନ୍ତି ବଜାୟ ରଖିବାକୁ ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ଧନ ଓ ସମ୍ମାନହାନି ନ ହେବା ପାଇଁ ସତର୍କ ରୁହନ୍ତୁ। ମଧ୍ୟାହ୍ନ ପରେ ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ବଢ଼ିପାରେ।
କୁମ୍ଭ ରାଶି: ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ଦୃଢ଼ ମନୋଭାବ ରଖନ୍ତୁ। ବନ୍ଧୁଙ୍କ ସହ ସାକ୍ଷାତ ଆନନ୍ଦଦାୟକ ହେବ। ସ୍ୱଳ୍ପ ଦୂରତାର ଯାତ୍ରା ହୋଇପାରେ। ଭାଇଭଉଣୀଙ୍କ ସହ ସମ୍ପର୍କ ଅଧିକ ନିବିଡ଼ ହେବ।
ମୀନ ରାଶି: ଆଜି କ୍ରୋଧ ଓ କଥାବାର୍ତ୍ତା ଉପରେ ସଂଯମ ରଖନ୍ତୁ। ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବା ସହ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ମଧ୍ୟାହ୍ନ ପରେ ମନରେ ସ୍ଥିରତା ଆସିବ ଏବଂ ହାତକୁ ନେଇଥିବା କାର୍ଯ୍ୟ ସମାପ୍ତ କରିପାରିବେ।
ଜ୍ୟୋତିର୍ବିଦ: ଭାବଗ୍ରାହୀ ଖଡ଼ିରତ୍ନ
ଯୋଗାଯୋଗ: ୯୪୩୮୧୫୨୬୨୭
ଟିପ୍ପଣୀ: ରାଶିଫଳ ପାରମ୍ପରିକ ଜ୍ୟୋତିଷ ଆଧାରିତ। ଏହାକୁ ନିଶ୍ଚିତ ଭବିଷ୍ୟବାଣୀ ଭାବେ ନ ନେଇ ସାଧାରଣ ସୂଚନା ଭାବେ ଗ୍ରହଣ କରନ୍ତୂ।